ଆରମ୍ଭରୁ ପିପିଲି ଅଶାନ୍ତ

ଭୁବନେଶ୍ୱର/ ରାଜେଶ ସାହୁ: ଆରମ୍ଭରୁ ପିପିଲି ଅଶାନ୍ତ । ମେଳି ମେଳି ନେତାଙ୍କ ଜୋରଦାର ପ୍ରଚାର ସାଙ୍ଗକୁ ଜୋରଦାର ଛକାପଞ୍ଚା ହେବାରେ ଲାଗିଛି ପିପିଲି ମଇଦାନରେ । ନିର୍ବାର ପ୍ରଚାର ତିନି ଦିନ ଭିତରେ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଲାଗିଛି ଛକାଛକି ଓ ଦୋଷ ଲଦାଲଦି । ଏମିତି କି ବିଜେଡି ଉପରେ ଆରୋପ ଆଣି କିଛି ସମୟ ପାଇଁ ଆନ୍ଦୋଳନରେ ବସିଥିଲେ ବିଜ୍ପି କର୍ମୀ । ଏମିତି ନିଆରା ଚିତ୍ର ଦେଖିବାକୁ ମିଳି ଥିଲା ପିପିଲିରେ । ଏପଟେ ପୋଲିସ ମଧ୍ୟ ନେତାଙ୍କ ରାଜନୀତିରେ ନାକେଦମ ଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ସେମାନଙ୍କ ଷ୍ଟାର କ୍ୟାମ୍ପେନର ଲିଷ୍ଟ ଜାରୀ କରିଛନ୍ତି । ପିପିଲିର ଗାଁ ଗାଁରେ ଏବେ ହେବି ୱେଟ ନେତା ଓ ମନ୍ତ୍ରୀ । ତେବେ ପିପିଲି ରାଜନୀତି ଯେତେ ପାଖେଉଛି ସେତେ ପିପିଲି ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ନେତାଙ୍କ ହେବି କ୍ୟାମ୍ପେନ କେତେ ଫଳପଦ ହେବ ତାହା ନିର୍ବାଚନ ପରେ ଜଣା ପଡିବ ।