‘ଆମ ପ୍ରତିଭା ଆମ ପରିଚୟ’ କାର୍ଯ୍ୟାଳୟ ଗୃହର ଭିତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କଣିହାଁ ବିଦ୍ୟୁତ କାର୍ଯ୍ୟାଳୟ ପାଖ ପ୍ରେସ୍ କ୍ଲବ ନିକଟରେ ଶୁକ୍ରବାରରେ ବ୍ଲକସ୍ତରୀୟ ‘ଆମ ପ୍ରତିଭା ଆମ ପରିଚୟ’ କାର୍ଯ୍ୟାଳୟ ଗୃହର ଭିତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଜନପ୍ରିୟ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଏବଂ କଣିହାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ରମେଶ ଚନ୍ଦ୍ର ଜେନା, ତାଳଚେର ‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନର ସଭାପତି ତଥା ଇଂଜିନିୟର ରମେଶ ଚନ୍ଦ୍ର ବେହେରା, ପ୍ରାକ୍ତନ ଜିଲ୍ଲାପରିଷଦ ଅଧକ୍ଷ ସୁରେଶ ଧଳ, ଟୋଲକବେଡା ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟ ସଭାପତି ସୈାରଭ କୁମାର ପ୍ରଧାନ, ପୂର୍ବତନ ସମିତିସଭ୍ୟା ଜୟନ୍ତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଜି ଏହି ନୂତନ ଗୃହର ଭିତିପ୍ରସ୍ତର ଶୁଭ ଉଦଘାଟନ କରିଥିଲେ । ପାରମ୍ଫାରିକ ରୀତିନିତିରେ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନ କରାଯାଇଥିଲା । ବ୍ଲକସ୍ଥ ଯୁବକ,ଯୁବତୀ ଓ ବ୍ୟକ୍ତିବିଶେଷ ମାନଙ୍କର ଲୁକାୟିତ ପ୍ରତିଭାଙ୍କୁ ଅନ୍ୱେଷଣ କରାଯିବା ସହିତ ସେମାନଙ୍କୁ ଉତ୍ସାହ ସହ ପ୍ରତ୍ସୋହିତ କରିବାରେ ଏହି ଗୃହ ବେଶ୍ ସହାୟକ ହେବ ବୋଲି ମୁଖ୍ୟଅତିଥି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ୯ଲକ୍ଷ ୯୦ହଜାର ଟଙ୍କା ଏହି ଗୃହ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଛି । ଏହି ଅବସରରେ କଣିହାଁ ପ୍ରେସ କ୍ଲବ ପକ୍ଷରୁ ସାଂସଦ ଶ୍ରୀ ସାହୁ ଓ ଇଂଜିନିୟର ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଜିଲ୍ଲା ଓ ବ୍ଲକ ପ୍ରତିନିଧି ଯଥାକ୍ରମେ ସୁନିଲ କୁମାର ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ମିଡିଆ ସେଲ ସଂଯୋଜକ ନିର୍ମଳ ସାହୁ, ଯୁବସଂଗଠକ ରଂଜନ କୁମାର ସାହୁ, ସତ୍ୟାନନ୍ଦ ପ୍ରଧାନ, ମାନସ ରଂଜନ ପ୍ରଧାନ, ନିଳକଣ୍ଠ ବେହେରା, ରଂଜନ ମିଶ୍ର, ଭୂପେନ ଗଡନାୟକ, ଅଲେଖ ଭୂତିଆ, ମହଶ୍ୱେର ନାଏକ, ଟୁନା ସାହୁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ସମେତ ଅନ୍ୟମାନେ ସାମିଲ ଥିଲେ ।