ଆଦିଶା ଟି.ଡି.ସି.ସି.ଓ.ଏଲ ମୁଖ୍ୟାଳୟ ଉଦଘାଟିତ

(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ଓଡିଶା ଆଦିବାସି ଉନ୍ନୟନ ସମବାୟ ନିଗମ ଓଡିଶା ସରକାରଙ୍କର ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଟି.ଡି.ସି.ସି.ଓ.ଏଲର ମୁଖ୍ୟାଳୟ ଭୁବନେଶ୍ୱର ରୂପାଲୀ ଛକ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ସ୍ୱତନ୍ତ୍ର ଜନଜାତି ଷ୍ଟୋର ଉଦଘାଟିତ ହୋଇଛି । ଏଥିରେ ଆଦିବାସି ମାନଙ୍କର ବିଭିନ୍ନ ସାମଗ୍ରୀ ହସ୍ତତନ୍ତ୍ର, ହସ୍ତଶିଳ୍ପ ଆଦିର ବ୍ୟପକ ବଜାର ସୃଷ୍ଟି ନିମନ୍ତେ ଏହା କାର୍ଯ୍ୟ କରିବ । ଟିଡିସିସିଓଏଲ ତରଫରୁ ୧୧ଟି ସ୍ୱତନ୍ତ୍ର ଷ୍ଟୋର ଓଡିଶାର ୬ଟି ଜିଲ୍ଲାରେ ଖୋଲାଯାଇଛି ।