ଆଜି ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦି ଇୟର2 ‘ ଟ୍ରେଲର

 (ରିପୋଟରର୍ସ ଟୁଡ଼େ): ବଲିଉଡ଼ରେ ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ସୁତାରିୟାଙ୍କ ମୋଷ୍ଟ ଅବଡେଟ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ର ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଫିଲ୍ମ ୨୦୧୨ ମସିହାରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ର ଦ୍ବିତୀୟ ପାର୍ଟ। ଏଥିରେ କରନ ଜୋହର ପ୍ରଯୋଜନା କରିଥିବା ବେଳେ ପୁତିନ ମଲହୋତ୍ରା ନିର୍ଦ୍ଧେଶନା କରିଥିଲେ। ଏହା ପରେ ବର୍ତ୍ତମାନ ଏହି ଫିଲ୍ମର ପାର୍ଟ ୨ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ନିଜ ଝିଅ ଅଭିନୟ କରିବା ନେଇ ଚଂକୀ ପାଣ୍ଡେ ଖୁବ୍ ଏକ୍ସସାଇଟେଡ ଅଛନ୍ତି।