ଭୁବନେଶ୍ୱର;ଅପରାହ୍ନରେ ଭୁବନେଶ୍ୱର ଆସୁଛି । ଆଜି ଅପରାହ୍ନରେ ଭୁବନେଶ୍ୱର ଆସୁଛି କହିଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ଡିଜିପି ସମ୍ମିଳନୀ ସହ ରାଜ୍ୟ ବିଜେପିର କାର୍ଯ୍ୟକ୍ରମରେ ସାମିଲ ହେବି । ସମ୍ମିଳନୀରେ ଦେଶର ବହୁ ବରିଷ୍ଠ ପୋଲିସ ଅଧିକାରୀ ରହିବେ । ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ବିଚାର ବିମର୍ଶ ହେବ । ଚଳିତ ବର୍ଷ ଜୁନ ମାସରୁ ଓଡିଶାରେ ବିଜେପି କାର୍ଯ୍ୟଭାର ଗ୍ରହଣ କରିଛି । ଓଡିଶାରେ ବିଜେପି ସରକାର ଯୋଗୁଁ ଅଭିବୃଦ୍ଧି ହାର ବଢିଛି । ଓଡିଶାରେ ବିଜେପି ସରକାର ଆସିବା ପରଠୁ ଅଭିବୃଦ୍ଧି ହାର ବଢିଛି ଏବଂ ବିଭିନ୍ନ ବର୍ଗର ଉନ୍ନତି ପାଇଁ ଅନେକ ପଦେକ୍ଷପ ନେଉଛନ୍ତି ।