(ସରୋଜ ରାଉତ) ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଗାଁରେ ଜଣେ ଯୁବକ ତାର ଅସହାୟ ମା’କୁ ମାଡ ମାରିବା ପରି ଏକ ଘଟଣା ଦେଖିବାକୁ ମିଳିଛି । ପୁଅର ବାରମ୍ବାର ଏପରି ଅତ୍ୟାଚାରରେ ଅତିଷ୍ଠା ମା’ ଶେଷରେ ପୁଲିସ ନିକଟରେ ଗୁହାରୀ କରିଛନ୍ତି ।
ସୂଚନା ମୁତାବକ, ବରମୁଣ୍ଡ ଗାଁର ସୁଲୋଚନା ରାଉତଙ୍କ ପରିବାରରେ ତାଙ୍କ ସ୍ୱାମୀଙ୍କ ସହ ସେ ଓ ତାଙ୍କ ଦୁଇ ପୁଅ ରହିଆସୁଥିଲେ । ବଡ ପୁଅ କିଛି କାମ ନ କରି ବାପା ମାଙ୍କ ଠାରୁ ଟଙ୍କା ଯୋରଜବର ଦସ୍ତ ନେଇଯାଉଥିଲା । କିଛି ମାସ ପୂର୍ବରୁ ସେ ତାର ବାପାଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟାଇଦେଇଥିଲା । ଏଥିନେଇ ତାକୁ ଜେଲ ହୋଇଥିଲା । ଗତ କାଲି ସେ ଜେଲରୁ ଆସିଥିଲା । ଘରେ ପହଞ୍ôଚବା ପରେ ମା ସହ ପୁଣି ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅ ମାକୁ ନିର୍ଘାତ ମାଡ ମାରିଥିଲା । ତେଣୁ ଅସହାୟ ମା ଏଥିନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।