ଅସଲି ଅଟା ଓ ନକଲି ଅଟା ଭିତରେ ଫରକ ଜାଣନ୍ତୁ

 (ରିପୋଟରର୍ସ ଟୁଡ଼େ): କିଛି ଦିନ ହେବ ଅଟାର ଅଶୁଦ୍ଧିକୁ ନେଇ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେଉଛି । ଅଟାକୁ ଦଳିଲା ପରେ ଏହା ରବର ଭଳି ହାତକୁ ଲାଗୁଛି । ଗହମ ଅଟାରେ କିଛି ଲୋକ ଖଡି ଗୁଣ୍ଡକୁ ମିଶାଇ ଦିଅନ୍ତି । ଯେହେତୁ ଦୁଇ ପାଉଡରର ରଙ୍ଗ ଧଳା ଏହାକୁ ଚିହ୍ନିବା କଷ୍ଟକର ହୋଇପଡୁଛି । କିନ୍ତୁ ଯଦି ଆପଣ ଲେମ୍ବୁ ଏବଂ କିଛି ପାଣି ନେଇ ପରୀକ୍ଷା କରିବେ ତେବେ ଅସଲି ନକଲିକୁ ଚିହ୍ନିବା ସହଜସାଧ୍ୟ ହେବ ।
ତେବେ କଥା ଉଠୁଛି ଯେ ଆପଣ ଏହିଭଳି ଅଶୁଦ୍ଧ ଅଟାକୁ ଚିହ୍ନିବେ କିପରି? ଅଟାର ଶୁଦ୍ଧତାକୁ ଏଭଳି ଚିହ୍ନନ୍ତୁ ।
୧. ଗୋଟିଏ ଛୋଟ ଗିନାରେ ୨ ବଡ ଚାମଚ ଅଟା ପାଉଡର ନେଇ ସେଥିରେ ୩ ଚାମଚ ଲେମ୍ବୁରସ ପକାଇ ଗୋଳାନ୍ତୁ । ଯଦି ଏହି ପାଉଡରରୁ ଫୋଟକା କିମ୍ବା ବାମ୍ପ ବାହାରେ ତେବେ ଜାଣିନିଅନ୍ତୁ ଅଟାର ଶୁଦ୍ଧତାରେ ଖୋଟ୍ ରହିଛି । ଚକ୍ ବା ଖଡିରେ କ୍ୟାଲସିୟମ୍ କାର୍ବୋନେଟ୍ ଥାଏ ଯାହା ଲେମ୍ବୁରସରେ ଥିବା ସାଇଟ୍ରିକ୍ ଏସିଡରେ ମିଶି ଏହି ଫୋଟକା ବାହାର କରିଥାଏ ।
୨. ଅଟାର ଶୁଦ୍ଧତାକୁ ପାଣି ମାଧ୍ୟମରେ ବି ଆପଣ ଚିହ୍ନିପାରିବେ । ଏକଗ୍ଲାସ ପାଣିରେ ଦୁଇ ଚାମଚ ଅଟା ପକାନ୍ତୁ । ଏଥିରେ ଯଦି କିଛି ଭାସିବାର ନଜର ଆସିଲା ଜାଣିନିଅନ୍ତୁ ଅଟାରେ କିଛି ମିଶାଯାଇଛି ।
୩. ଯଦି ଆପଣ ବୈଜ୍ଞାନିକ ପଦ୍ଧତୀରେ ପରୀକ୍ଷା କରି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଏକ ଟେଷ୍ଟ୍ ଟ୍ୟୁବ୍ ନିଅନ୍ତୁ । ଏଥିରେ ଅଟାଗୁଣ୍ଡ କିଛି ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପକାନ୍ତୁ । ଯଦି ଏଥିରେ ଛାଣିବା ପରି କିଛି ନଜର ଆସୁଛି ତେବେ ଏଥିରେ ଚକ୍ ମିଶିଛି ବୋଲି ଜାଣିନିଅନ୍ତୁ । ହାଇଡ୍ରୋକ୍ଲୋରିକ୍ ଏସିଡ୍ ି ଆପଣଙ୍କୁ ଔଷଧ ଦୋକାନରେ ମିଳିଯିବ ।