ଅମୃତସରରେ ବିସ୍ଫୋରଣ

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଗତକାଲି ରାତି ପ୍ରାୟ ୧.୩୦ରେ ପଞ୍ଜାବ ସହରର ଅମୃତସରରେ ଏକ ଭୟଙ୍କର ଶଦ୍ଦ ସମସ୍ତଙ୍କୁ ଚକ୍କିତ କରିଥିଲା । ଏହି ଶଦ୍ଦ କଣ ଥିଲା ଏବଂ ଏହା କେଉଁ କାରଣରୁ ହୋଇଥିଲା ତାହାର ସୂଚନା ଏପର୍ୟ୍ୟନ୍ତ ମିଳିନାହିଁ। କିନ୍ତୁ ପୋଲିସ ଏବଂ ପ୍ରଶାସନ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଶଦ୍ଦ ସହରର ପାଖାପାଖି ସ୍ଥାନରୁ ଶୁଣିବାକୁ ମିଳିଛି।

କିଛି ଲୋକଙ୍କ କହିବା ଅନୁଯାୟୀ ବିମାନ ପାଖରେ ଯାଉଥିବା କାରଣରୁ ଏହି ଶଦ୍ଦ ଶୁଣାଯାଇଥିଲା। କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ ଦୁଇଟି ଶଦ୍ଦ ଶୁଣାଯାଇଥିଲା, ଯାହା ବିମାନ ଶଦ୍ଦ ଭଳି ଲାଗିନଥିଲା। ଏଭଳି ଘଟଣାରେ କିଛି ଘରର କାଚ ମଧ୍ୟ ଭାଙ୍ଗି ଯାଇଛି। ସୂଚନା ମୁତାବକ ଶଦ୍ଦ ଏତେ ଜୋରରେ ହୋଇଥିଲା, ଯାହା କେବଳ ଅମୃତସର ନୁହେଁ ପାଖାପାଖି ଯାଗାରେ ମଧ୍ୟ ଶୁଣିବାକୁ ମିଳିଥିଲା। କିଛି ଲୋକମାନେ ମଧ୍ୟ ଏହି ଶଦ୍ଦ ଶୁଣିବା ପରେ ଘରୁ ବାହାରକୁ ବାହାରି ଯାଇଥିଲେ। ସହରର କିଛି ଯାଗାରେ ପୋଲିସ ଲୋକମାନଙ୍କୁ ବୁଝାଇ ଘରକୁ ପଠାଇଥିଲେ। ଏହି ଘଟଣାରେ ପୋଲିସ କମିସନର ଏସଏସ ଶ୍ରୀବାସ୍ତବ ଏବଂ ଡିସି ଶିବ ଦୁଲାର ସିଂହ ଢିଲୋ କହିଛନ୍ତି ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଶଦ୍ଦ କେଉଁଠି ହୋଇଥିଲା ତାହାର ସୂଚନା ମିଳିନାହିଁ। ସିପିଙ୍କ କହିବା ମୁତାବକ ଏହି ଶଦ୍ଦ ବିମାନ ଦୁର୍ଘଟଣା କାରଣରୁ ହୋଇଥାଇପାରେ। ଏହି ଘଟଣାରେ ଭୟଭୀତ ନହେବା ପାଇଁ ଡିସି ଲୋକମାନଙ୍କୁ ବୁଝାଇଛନ୍ତି।