ଅମାନିଆଙ୍କୁ ନାହିଁ କରୋନା ଭୟ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ)- କରୋନା ସଂକ୍ରମଣ କୁ ନେଇ ସାରା ରାଜ୍ୟରେ ଏବେ ଲକଡାଉନ୍ ଓ ସଟଡାଉନ ଜାରି ରହିଛି। ହେଲେ କିଛି ଅମାନିଆଙ୍କ ପାଇଁ ଏହା ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ବନ୍ଦର ନଗରୀ ପାରାଦ୍ଵୀପରେ ଲୋକେ ମାନୁ ନାହାଁନ୍ତି ଏହି କଟକଣାକୁ। ସକାଳୁ ପରିବା ମାର୍କେଟରେ ଦେଖିବାକୁ ମିଳୁଛି ଅମାନିଆଙ୍କ ଭିଡ଼। ଗାଡ଼ିରେ ଭର୍ତ୍ତି ହୋଇଯାଉଛି ପରିବା ମାର୍କେଟ। ସକାଳ ୧୨ ଟା ପର‌୍ୟ୍ୟନ୍ତ ଚାଲି ଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସରକାର ଘୋଷଣା କରିଥିବା ବେଳେ , ଏଠାରେ ସମସ୍ତେ ମୋଟରସାଇକେଲ, କାର ଓ ସାଇକେଲରେ ଆସୁଛନ୍ତି ମାର୍କେଟ। ଏହାକୁ ରୋକିବାରେ ଅସହାୟ ହୋଇପଡ଼ିଛି ପାରାଦ୍ଵୀପ ପୋଲିସ । ସମସ୍ତଙ୍କ ପାଖରେ କୈାଣସି ନା କୈାଣସି କମ୍ପାନୀର ଆଇକାର୍ଡ ଟିଏ ରହୁଛି । ତେଣୁ ପୋଲିସ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ନେଇପାରୁନାହି । ଯାହା ଆଗାମୀ ଦିନରେ କରୋନାକୁ ନେଇ ପାରାଦ୍ଵୀପରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।