ଅଭିନବ ଅପିଲ: କଂଗ୍ରେସ ଆସିଲେ ଭରଣପୋଷଣ ଅର୍ଥ ଦିଆଯିବ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଛାଡପତ୍ର ମାମଲାରେ ଶୁକ୍ରବାର ଜଣେ ବ୍ୟକ୍ତି ଇନ୍ଦୋରସ୍ଥିତ ଏକ ପରିବାର ଅଦାଲତଙ୍କୁ ଏକ ଅଭିନବ ଆବେଦନ କରିଛନ୍ତି । ସେ ଆବେଦନରେ ଦର୍ଶାଇଛନ୍ତି, ସେ ଜଣେ ବିକାର ଯୁବକ । ସେ କୋର୍ଟଙ୍କୁ ଜଣାଇଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ନ୍ୟାୟ ଯୋଜନାରେ ବେକାରମାନଙ୍କୁ ମାସିକ ୬୦୦୦ ଟଙ୍କା ଦେବ । ସେହି ଟଙ୍କା ସେ ତାଙ୍କ ପତ୍ନୀ ଓ କନ୍ୟାଙ୍କୁ ଭରଣ ପୋଷଣ ଦେବେ । ତାଙ୍କ ଆକାଉଣ୍ଟରୁ ପତ୍ନୀଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଇବାକୁ ଚାହାନ୍ତି । ତାଙ୍କ ଏପରି ଆବେଦନକୁ ଅଦାଲତ ଗ୍ରହଣ କରିବା ସହ ଏପ୍ରିଲ ୨୯ରେ ଆଗାମୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
ସୂଚନା ଯୋଗ୍ୟ, ଉକ୍ତ ବ୍ୟକ୍ତିଙ୍କ ଛାଡପତ୍ର ମାମଲାରେ କୋର୍ଟ ତାଙ୍କୁ ପତ୍ନୀ ଓ ଝିଅଙ୍କ ଭରଣ ପୋଷଣ ପାଇଁ ଯଥାକ୍ରମେ ୩୦୦୦ ଓ ୧୫୦୦ ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ ।