(ଅଜିତ ସାହୁ/ ଜଳେଶ୍ୱର): କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ସରପଞ୍ଚ ମୁହାଁମୁହିଁ । ପୋଲିସ ଉପସ୍ଥିତିରେ ସମାଧାନର ପ୍ରତିଶୃତି ଦେଲେ ସରପଞ୍ଚ। ଏଭଳି ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ, ଵିଦ୍ୟାଧରପୁର କୋରେଣ୍ଟଆଇନ ସେଣ୍ଟରରେ।
ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ପତ୍ରଝଡ଼ା ପଞ୍ଚାୟତର ବିଦ୍ୟାଧରପୁର କ୍ୱାରେଣ୍ଟାଇନ ସେଣ୍ଟରକୁ ଏବେ ତୃତୀୟ ପର୍ୟ୍ୟାୟରେ ଆସିଥିବା ପ୍ରବାଶି ଶ୍ରମିକ ମାନେ ରହୁଛନ୍ତି। ତେବେ ସେଠାରେ ଆଲୋକୀକରଣ, ପିଇବା ପାଣି, ପାଇଖାନା,ପରିସ୍କାର ପରିଛନ୍ନତା ଭଳି ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । । ରାଜ୍ୟ ସରକାର ପ୍ରତି ପଞ୍ଚାୟତ ର କ୍ୱାରେଣ୍ଟାଇନ ସେଣ୍ଟର ର ସୁବ୍ୟବସ୍ଥା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ, ସ୍ଥାନୀୟ ସରପଞ୍ଚ ଏହାର ସଠିକ ପରିଚାଳନା କରି ପାରୁନାହାନ୍ତି ବୋଲି େଓଠାରେ ଥିବା ପ୍ରବାସି ମାନେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦା ଙ୍କ ଭିତରେ ଉତ୍ତେଜନା ଦେଖା ଦେଇଥିଲା।