ଅଜଣା ଯୁବତୀଙ୍କ ମୃତଦେହ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ସିଂହାରୀ ପଞ୍ଚାୟତ ବଡ଼ଟେଣ୍ଡା ତେଲ ନଦୀ ଘାଟରୁ ମିଳିଛି ଏକ ଅଜଣା ଯୁବତୀଙ୍କ ମୃତଦେହ । ତେଲନଦୀ ଘାଟରେ ମୃତଦେହ ଭାସୁଥିବାର ଦେଖି କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୧୫ରେ ତୁଷୁରା ତେଲନଦୀ ପୋଲରୁ ନିଖୋଜ ହୋଇଥିଲେ ୨ ଯୁବତୀ । ସେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ ତାଙ୍କ ପରିବାର ଲୋକେ ଆସିବାପରେ ସମ୍ପୂର୍ଣ ଘଟଣା ଜଣାପଡିବ ବୋଲି କହିଛି ତରଭା ପୋଲିସ ।