ଅଜଣା ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

( ଭୁବନେଶ୍ୱର /ରିପୋର୍ଟସଟୁଡେ): ରାୟଗଡ଼ାସ୍ଥିତ ବିଷମ କଟକର ପଟ୍ଟାମୁଣ୍ଡାଠାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୃତକଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳିନାହିଁ। ଦୁର୍ଘଟଣା ଘଟାଇଥିବା କାର୍‌ଟି ଦୁର୍ଘଟଣା ଘଟାଇବା ପରେ କେଉଁଆଡ଼େ ଫେରାର୍‌ ହୋଇ ଯାଇଛି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨ କିଲୋମିଟର ଦୂରରେ ମୃତକଙ୍କ ବାଇକ୍‌ ଉଦ୍ଧାର ହୋଇଛି। ଦୁର୍ଘଟଣାରେ ମୃତକଙ୍କ ବାଇକ୍‌ ଟ୍ରକ୍‌ ସହ ଲାଗି ୨ କିମି ପର୍ୟ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିବା ଜାଣିବାକୁ ମିଳିଛି। ବିଷମ କଟକ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାକୁ ନେଇ ବିଷମ କଟକ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।