ଅଜଣା ଗାଡି ଧକ୍କାରେ ୨ ମୃତ

(ରିପୋର୍ଟ ଟୁଡେ / ମଧୁସ୍ମିତା ତ୍ରିପାଠୀ):ବାଲେଶ୍ୱର ଜିଲା ଛଅପୋଲିଆ ଠାରେ ଶୁକ୍ରବାର ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକ ଆରୋହୀଙ୍କ ସମେତ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେ ହେଲେ ସ୍ୱପ୍ନାରାଣୀ ଜେନା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବାଇକରେ ଜଣେ ଯୁବକଙ୍କ ସମେତ ଦୁଇ ଯୁବତୀ ବାଇକ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟଲୋକେ ରାସ୍ତାରୋକ କରିଥିଲେ। ଫଳରେ ରାଜପଥରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା ମିଳିଛି।