ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବୌଦ୍ଧ ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥର ବାମଣ୍ଡା ଛକରେ ଗତକାଲି ବିଳମ୍ୱିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ବୌଦ୍ଧ ସଦର ବ୍ଲକ ବାମଣ୍ଡା ଗାଁର ସନନ୍ଦା ପ୍ରଧାନ।
ଗତକାଲି ରାତିରେ ସନନ୍ଦା ତାଙ୍କ ବାଇକ୍ରେ ଲାଣ୍ଡିବନ୍ଧ ଗାଁରୁ ନିଜ ଗାଁକୁ ଆସୁଥିବା ବେଳେ ବାମଣ୍ଡା ଛକରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ବୋଲି ସୂଚନା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି।